Odia News Portal

ମହାନତା ଦେଖାଇଲେ ଅଟୋ ଡ୍ରାଇଭର, ଫେରାଇଲେ ୭ ଲକ୍ଷ ଟଙ୍କାର ସୁନା ଗହଣା

ସମ୍ବଲପୁର: ସ୍ୱାର୍ଥପର ଦୁନିଆରେ ମଣିଷ ଅନ୍ୟକୁ ଲୁଟିବାକୁ ଚେଷ୍ଟା କରିଥାଏ । ନିଜେ କେମିତି ଭଲରେ ରହିବ ଓ ଟଭ୍‌କା ରୋଜଗାର କରିବ ସେ ବିଷୟରେ ଭାବିଥାଏ । କିନ୍ତୁ ଆଜି ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାର୍ଯ୍ୟ କରିବାକୁ ଭଲ ପାଆନ୍ତି । ଯେତିକି ରୋଜଗାର କରନ୍ତି ସେତିକିରେ ଚଳିବାକୁ ଚେଷ୍ଟା କରନ୍ତି । ପରର ଜିନିଷ ଉପରେ ସେମାନଙ୍କ ନଜର ନଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁରରେ । ଅଟୋ ଡ୍ରାଇଭର ମହମ୍ମଦ ଅଜିମ ଜଣେ ଯାତ୍ରୀ ଛାଡିଯାଇଥିବା ୭ ଲକ୍ଷ ଟଙ୍କାର ଗହଣା ଫେରାଇଛନ୍ତି । ମହମ୍ମଦ ଅଜିମଙ୍କ ,ଭଳି ମହାନତାକୁ ସାଧାରଣରେ ଭୁରି ଭୁରି ପ୍ରଂଶସା କରାଯାଇଛି ।

ରବିବାର ସନ୍ଧ୍ୟାରେ ନାଗାବଳି ଏକ୍ସପ୍ରେସରୁ ଓହ୍ଲାଇଥିଲେ ଟିଟାଲାଗଡ଼ ସହର ବ୍ଲକପଡାର ଦମ୍ପତ୍ତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତ ବେହେରା। ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡ଼ା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ଯାଇଥିଲେ। ମହମ୍ମଦ ସେମାନଙ୍କୁ ଛାଡି ଘରକୁ ଫେରିଥିଲେ। ବାଟରେ ମଧ୍ୟ ଆଉ କିଛି ଯାତ୍ରୀଙ୍କୁ ସେ ନିଜ ଅଟୋରେ ନେଇଥିଲେ। ଘରକୁ ଫେରିବା ପରେ ଗାଡ଼ିରେ ଥିବା ବ୍ୟାଗକୁ ଦେଖି ସେ ଦମ୍ପତ୍ତିଙ୍କୁ ଯୋଗାଯୋଗ କରିଥିଲେ। ଦମ୍ପତ୍ତିଙ୍କୁ ଭେଟି ସେ ସମସ୍ତ ସୁନା ଗହଣା ବ୍ୟାଗ ଫେରାଇଛନ୍ତି।