Odia News Portal

ଏକ ତଦନ୍ତ ସମ୍ପର୍କରେ NIA ଛାତ୍ରକୁ ପଚରାଉଚରା କରୁଛି

ଭୁବନେଶ୍ୱର()  ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ  ନିଜର ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।  ସେ କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି ।  ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ ।  ଛାତ୍ର ଜଣକୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ଜେରା କରାଯାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।  ତେବେ ଅନାବଶ୍ୟକଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ସେ କହିଛନ୍ତି ।

ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣେ ଛାତ୍ରକୁ ଉଠାଇ ନେଇଥିବା ଜଣାଯାଇଛି ।  କୌଣସି ଏକ ଲିଙ୍କରେ ଏନଆଇଏ ସମ୍ପୃକ୍ତ ଛାତ୍ରକୁ  ଉଠାଇ ନେଇ ଖଣ୍ଡଗିରି ଥାନାରେ  ପଚରାଉଚୁରା କରୁଛି ।  ଏନଆଇଏ ସକାଳ ୭ଟାରୁ ତାକୁ ଜେରା କରୁଥିବା ଜଣାଯାଇଛି ।