Odia News Portal

ଏଣିକି କେବଳ ରବିବାର ଖୋଲିବ ଗ୍ୟାରେଜ

ଯାଜପୁର()ଲକ୍ ଡାଉନରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ହୋଇଛି । ଆସନ୍ତାକାଲିଠୁ ଆଉ ପ୍ରତିଦିନ ବହି ଦୋକାନ ଖୋଲିବନି । କେବଳ ରବିବାର ବହି, ଗ୍ୟାରେଜ, ବିଦ୍ୟୁତ ଉପକରଣ ଦୋକାନ ଖୋଲିବ ବୋଲି ସୂଚନା ମିଳିଛି । ଲୋକମାନେ ଅଯଥା ବାହାରେ ବୁଲୁଥିବାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଶ ଯାଜପୁରରେ ଚିହ୍ନଟ ହୋଇଥିଲେ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ପରି ପଦକ୍ଷେପ ନିଆଯାଇଛି ।