Odia News Portal

ଦିନକରେ ସର୍ବାଧିକ ୫୩ ହଜାରରୁ ଉର୍ଦ୍ଧ୍ବ ଟେଷ୍ଟ

ଭୁବନେଶ୍ୱର() ରାଜ୍ୟରେ ପୁଣି ରେକର୍ଡ ଟେଷ୍ଟ ହୋଇଛି । ୨୪ ଘଂଟାରେ ସର୍ବାଧିକ ୫୩ ହଜାର ୪୭୮ ନମୁନା ପରୀକ୍ଷା କରାଯାଇଛି । ଏଥିରୁ ୪୭ ହଜାର ୫୧୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୫ ହଜାର ୮ ଶହ ୪୯ ଆରଟିପିସିଆର ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର୍ ଓ ୧୧୭ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ରାଜ୍ୟରେ ରେକର୍ଡ ଟେଷ୍ଟ ହେଉଛି । ଗତକାଲି ୫୩ ହଜାର ୧୫ ନୂମନା ପରୀକ୍ଷା ହୋଇଥିଲା ।

କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୦ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି।