Odia News Portal

ଶସ୍ତା ହେଲା କୋଭିଡ୍ ପରୀକ୍ଷଣ

ଭୁବନେଶ୍ବର() ଶସ୍ତା ହେଲା କୋଭିଡ୍ ପରୀକ୍ଷଣ । ଏଣିକି ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ରାଜ୍ୟରେ ଘରୋଇ ସଂସ୍ଥାରେ କୋଭିଡ୍‌ ପରୀକ୍ଷଣ କରାଯିବ । ଭୁବନେଶ୍ବରର ୪ଟି ସ୍ଥାନରେ କରିହେବ ଏହି ପରୀକ୍ଷଣ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଆଇଏମଏସ ଆଣ୍ଡ୍ ସମ୍ ହସ୍ପିଟାଲରେ ହୋଇପାରିବ RT-PCR ଟେଷ୍ଟ । ଏହାସହ ଆପୋଲୋ ହସ୍ପିଟାଲର ଲ୍ୟାବ୍ ସର୍ଭିସ୍ ବିଭାଗରେ ମଧ୍ୟ ଏହି ଟେଷ୍ଟ କରାଯାଇପାରିବ । InDNA ଲାଇଫ୍ ସାଇନ୍ସରେ ମଧ୍ୟ ପରୀକ୍ଷା ହୋଇପାରିବ । GenX ଡାଇଗ୍ନୋଷ୍ଟିକ୍ ରେ ମଧ୍ୟ ହେବ ଟେଷ୍ଟ । ପୂର୍ବରୁ କୋଭିଡ୍ ଟେଷ୍ଟ ପାଇଁ ୨୨ ଶହ ଟଙ୍କାର ଦେୟ ସ୍ଥିର ହୋଇଥିଲା ।