Odia News Portal

ଆପଣ ଜାଣନ୍ତି କି କେମିତି ଡାଉନଲୋଡ କରିବେ କୋଭିଡ ଟିକାକରଣ ସାର୍ଟିଫିକେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ବଞ୍ଚିବା ଲାଗି ଦିଆଯାଉଛି ସଞ୍ଜିବନୀ । କରୋନା ଟିକା ନେବା ଲାଗି ଲାଗୁଛି ଲୋକଙ୍କ ଭିଡ । ଏମିତିକି ଟିକା ନେବା ଲାଗି ସ୍ଲଟ ବୁକିଂ କରିବାକୁ ଲାଗୁଛି ପ୍ରତିଯୋଗିତା । ଟିକା ଆଣିବା କ୍ଷଣି ବୁକିଂ କରି ନେଉଛନ୍ତିି ଲୋକେ । ତେବେ ଆପଣମାନେ ଟିକା ନେବା ପରେ କିପରି ଏହି ଟିକା ସାର୍ଟିଫିକେଟ ବାହାର କରିବେ ଜାଣିଛନ୍ତି କି? ଯଦି ଜାଣି ନାହାଁନ୍ତି ତେବେ ପଢ଼ନ୍ତୁ କେମିତି କରିବେ ସାର୍ଟିଫିକେଟର ଡାଉନଲୋଡ ।
ଡାଉନଲୋଡ କରିବାର ପ୍ରୋସେସ…

ଟିକା ନେବା ପରେ ଇଣ୍ଟରନେଟ୍ରେ cowin.gov.in ସର୍ଚ୍ଚ କରନ୍ତୁ।
କୋୱିନ୍ ହୋମ୍ ପେଜ୍ର ଡାହାଣରେ ଥିବା ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ।
ରେଜିଷ୍ଟାର ବଟନ୍ରେ କ୍ଲିକ୍ କରି ମୋବାଇଲ ନମ୍ବର ଦିଅନ୍ତୁ।
ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ।
ଓଟିପିକୁ ପୋର୍ଟାଲରେ ଦେଇ ଭେରିଫାଏ କରନ୍ତୁ।
ଏହାପରେ ଆକାଉଣ୍ଟ ଡିଟେଲ୍ସ ପେଜ୍ ଆସିବ।
ସେହି ପେଜ୍ର ଡାହାଣରେ ଥିବା ସାର୍ଟିଫିକେଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ଏହାପରେ ଆପଣ ନିଜର ଟିକାକରଣ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।