Odia News Portal

ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା ଆଜି ସରୁଛି


ଭୁବନେଶ୍ୱର: ଆଜି ସରୁଛି ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା । ବିଦେଶରୁ ଟିକା ସଂଗ୍ରହ ଲାଗି ଓଡ଼ିଶା ଏହି ଗ୍ଲୋବାଲ ଟେଣ୍ଡର ଡାକିଥିଲା । ତେବେ ଆଜି ଏହାର ସମୟ ସୀମା ସରୁଛି । ଆଜି ଟେଣ୍ଡର ଖୋଲିବ ନାଁ ସମୟ ସୀମା ବଢ଼ିବ ତାହା ସ୍ପଷ୍ଠ ହୋଇନାହିଁ । ଯଦି ଟେଣ୍ଡର ଖୋଲେ, ବିଲଡ୍ରଙ୍କ ନାଁ ଜଣାପଡିବ । ତା ପୂର୍ବରୁ ଡିଏମ୍ଇଟି ସ୍ପଷ୍ଟ କରିଛନ୍ତି, ଟେଣ୍ଡର ଜରିଆରେ ଟିକା ମିଳିବା ନେଇ ଗ୍ୟାରେଣ୍ଟି କିଛି ନାହିଁ। ଅନ୍ୟ ଉପାୟରୁ ଟିକା ସଂଗ୍ରହ ନେଇ ଉଦ୍ୟମ ଚାଲିଛି। ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ପୂର୍ବରୁ ଅନେକ କଟକଣା ଥିଲା। ଯେଉଁଥି ଲାଗି ଅନେକ ରାଜ୍ୟ ବିଫଳ ହୋଇଛନ୍ତି। କିନ୍ତୁ ଗତ ୨-୩ ଦିନ ମଧ୍ୟରେ ଅନେକ କଟକଣା କୋହଳ ହୋଇଛି।

ଓଡ଼ିଶା ପାଖରେ ସ୍କୋପ୍ ରହିଛି। ଗ୍ଲୋବାଲ ଟେଣ୍ଡର କିଛି ବିଡର ଭାଗ ନେଇଥିବା ଡିଏମଇଟି ସୂଚନା ଦେଇଛନ୍ତି। ୧୮-୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ପାଇଁ କେନ୍ଦ୍ର ଟିକା ଦେଉ ନାହିଁ। ରାଜ୍ୟଗୁଡିକ କିଣୁଛନ୍ତି। ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି ବିଭିନ୍ନ ରାଜ୍ୟ। ଏଭଳି ସ୍ଥିତିରେ ଟିକାକରଣ ନେଇ ସବୁ ରାଜ୍ୟ ମଧ୍ୟରେ ସହମତି ଆଣିବାକୁ ଦିନକ ପୂର୍ବରୁ ୨୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ। ପ୍ରସ୍ତାବ ଦେଇଛନ୍ତି, କେନ୍ଦ୍ର ସରକାର ଟିକା କିଣି ରାଜ୍ୟଗୁଡିକ ଦିଅନ୍ତୁ।