Odia News Portal

ଆଜି ଶ୍ରାବଣ ମାସର ଶେଷ ସୋମବାର, ମହାଦେବଙ୍କୁ ପ୍ରଶନ୍ନ କରିବା ଲାଗି ପାଠ କରନ୍ତୁ ଏହି ସ୍ତୋତ୍ର

ଭୁବନେଶ୍ୱର: ଆଜି ହେଉଛି ଧାର୍ମିକ ମାସ ଶ୍ରାବଣ ମାସର ଶେଷ ସୋମବାର । ଏହି ମାସରେ ଶିବ ଭକ୍ତମାନେ ଜଳାଭିଶେକ କରିଥାନ୍ତି । ନିଜର ମନସ୍କମାନା ପୂରଣ ଲାଗି ଅନେକ ଦୂରରୁ ଜଳ ଆଣି ମହାଦେବଙ୍କ ଲାଗି କରନ୍ତି । ତେବେ ମହାଦେବଙ୍କୁ ପ୍ରଶନ୍ନ କରିବା ଲାଗି ଏହି ସ୍ତ୍ରୋତ ପାଠ କରନ୍ତୁ । ଭଗବାନ ଶିବଙ୍କର ଶଡକ୍ଷର ସ୍ତୋତ୍ର, ଭୋଳାନାଥଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କ କୃପା ପ୍ରାପ୍ତ କରିବାର ସରଳ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ । ପୁରାଣରେ ବର୍ଣ୍ଣିତ ଶଡକ୍ଷର ସ୍ତୋତ୍ରରେ ଭଗବାନ ଶିବଙ୍କ ସ୍ୱରୂପ ଏବଂ ତାଙ୍କ ମହିମା ବାଖ୍ୟା କରାଯାଇଛି । ଏହି ଶଡକ୍ଷର ସ୍ତୋତ୍ର ରେ ଭଗବାନଙ୍କ ଶିବଙ୍କ ଅନାଦି ଅନନ୍ତ ସ୍ୱରୂପକୁ ବର୍ଣ୍ଣନା କରିବାର ପ୍ରୟାସ କରାଯାଇଛି । ମାନ୍ୟତା ରହିଛି କି ଭଗବାନ ଶିବଙ୍କ ଶଡକ୍ଷର ସ୍ତୋତ୍ର ପାଠ କରି ଶଙ୍କରଙ୍କୁ ସ୍ତୁତି କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଶଙ୍କର ।

ସେହିପରି ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଆପଣ ସହଜରେ ଶଙ୍କରକୁ ପ୍ରସନ୍ନ କରି ପାରିବେ । ଆଜି ଶ୍ରାବଣ ମାସରେ ଶେଷ ସୋମବାର କାରଣ ଆସନ୍ତା ରବିବାର ଶ୍ରାବଣ ମାସ ସମାପ୍ତ ହେବାକୁ ଯାଉଛି । ସେଥିପାଇଁ ଶ୍ରାବଣ ଶେଷ ସୋମବାରେ ବିଧି ପୂର୍ବକ ଶିବଙ୍କ ପୂଜା ତଥା ଶଡକ୍ଷର ସ୍ତୋତ୍ର ପାଠ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ଭଗବାନ ଶଙ୍କର ।