Odia News Portal

UG ଓ PG ପରୀକ୍ଷା ବାତିଲ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଛି । ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ UG ଓ PGର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା ଫଳ ବାହାରିବ ବୋଲି ଜଣାପଡିଛି ।