Odia News Portal
Browsing Tag

swadhikar news

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଦେଶର ଜିଡିପି ହାର ୬.୩ରୁ ୬.୮ ପ୍ରତିଶତ ଆକଳନ

ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର

ବାରବାଟୀରେ କ୍ରିକେଟ ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜେ ବାରବାଟୀ ଷ୍ଟାଡିୟମ୍ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ୍ ଖେଳିଥିଲେ। ତାଙ୍କ ସହ

ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କଲେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ

 ଆଜି ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।  ସୂଚନାଯୋଗ୍ୟ, ରାଜ୍ୟ ସରକାର ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା : ସୁକାନ୍ତ ପାଣିଗ୍ରାହୀ

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ଖୁବ୍‌ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ସରିବା ବୋଲି କନ୍ଧମାଳ ସାଂସଦ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଓଡ଼ିଶା ଆସିବେ

ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ

ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ  ଧରାପଡ଼ିଛନ୍ତି। ତାଙ୍କର ବିଭିନ୍ନ ସମ୍ପତ୍ତିରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ଏନେଇ ଏକକାଳୀନ ୭ଟି ସ୍ଥାନରେ ଚଢଉ କରାଯାଉଛି ।

କାଲିଠୁ ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା

ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ, ଆସନ୍ତାକାଲିଠୁ ଟାଇଁଟାଇଁ ଖରା । ସପ୍ତାହେ ଯାଏ ଗରମର ଅନୁଭୂତି ସହ ଖରାରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଆସନ୍ତାକାଲିଠାରୁ ଟାଣ ଖରା ହେବାକୁ ଥିବା ବେଳେ ସବୁଠି ବଢିବ ପାରଦ ଆଉ ସବୁଠି

‘ସୁଭଦ୍ରା’ ପାଇଁ ବ୍ୟାଙ୍କରେ ଦୁଇ ଦିନିଆ ସ୍ବତନ୍ତ୍ର ବ୍ୟବସ୍ଥା: ୩ଲକ୍ଷରୁ ଅଧିକ ଆବେଦନକାରୀଙ୍କ ବିଫଳ ହୋଇଛି…

ଯେଉଁ ‘ସୁଭଦ୍ରା’ ଆବେଦନକାରୀଙ୍କ ଏନ୍‌ପିସିଆଇ ଫେଲ୍‌ ହୋଇଛି ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଆସନ୍ତାକାଲି ଓ ୩୦ତାରିଖରେ ଯେଉଁମାନଙ୍କୁ ବ୍ୟାଙ୍କରୁ ‌କଲ୍‌ କିମ୍ବା ମେସେଜ୍ ଆସିଛି ସେମାନେ ବ୍ୟାଙ୍କକୁ ଯାଇ ସେମାନଙ୍କର ଏନ୍‌ପିସିଆଇକୁ ପୁନର୍ବାର ଆକ୍ଟିଭ୍

ମହିଳାଙ୍କ ପାଇଁ ଏକ୍ସକ୍ଲ୍ୟୁସିଭ ଇଣ୍ଡଷ୍ଟ୍ରିଆଲ ପାର୍କ  

ମହିଳା ନିବେଶକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଦୁଇଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଏକ୍ସକ୍ଲୁସିଭ୍ ପାର୍କ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବେ ରାଜ୍ୟ ସରକାର । ଏହାସହ ଇପିକଲ୍‌ରେ ମହିଳା ନିବେଶକଙ୍କ ପାଇଁ ଖୋଲିବ

ସୁଭଦ୍ରା ଯୋଜନା ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । କହିଲେ ଜାନୁଆରୀ ୨୯ ଓ ୩୦ ବ୍ୟାଙ୍କ ଯାଆନ୍ତୁ

ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରାମର୍ଶ । ଜାନୁଆରୀ ୨୯ ଓ ୩୦ ତାରିଖ ବ୍ୟାଙ୍କ ଯାଆନ୍ତୁ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍‌ ଆସିଛି, ମେସେଜ୍‌ ଆସିଛି ଯାଆନ୍ତୁ । ଦ୍ୱନ୍ଦ୍ୱ ଦୂର ପାଇଁ ଆବେଦନକାରୀଙ୍କୁ

ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ; ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ

ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିବା ନେଇ ସୂଚନା ମିଳିଛି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ