Odia News Portal
Browsing Tag

swadhikar news

ଏମକେସିଜି ମେଡିକାଲରେ ଉତ୍ତେଜନା:ପିଜି ଛାତ୍ର ଆହତ

 ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଉତ୍ତେଜନା । ସିନିଅର ରେସିଡେଣ୍ଟଙ୍କ ମାଡ଼ରେ ଜଣେ ପିଜି ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ୫ ଜଣ ସିନିଅର ରେସିଡେଣ୍ଟଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ପିଜି ଛାତ୍ର । ଘଟଣାକୁ ନେଇ

ପହିଲାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ

ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡି ଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର

ଭୋପାଳ ଜଙ୍ଗଲରୁ ଜବତ ହେଲା ବିପୁଳ ମାତ୍ରାରେ ସୁନା

ଭୋପାଳ ଜଙ୍ଗଲରୁ ଜବତ ହେଲା ବିପୁଳ ମାତ୍ରାରେ ସୁନା । ମୋଟ ୫୨ କେଜି ସୁନା ଜବତ କରିଛି ଆୟକର ବିଭାଗ । ପୁଲିସ ଓ ଆୟକର ବିଭାଗ ଚଢ଼ାଉ କରି ଏହି ସୁନା ଜବତ କରିଛି । ଜବତ ସୁନାର ମୂଲ୍ୟ ସାଢ଼େ ୪୦ କୋଟି ହେବ ବୋଲି ଆକଳନ କରାଯାଉଛି । ଏକ କାର୍‌ରେ ଏହି ସୁନା ଗଚ୍ଛିତ ରଖାଯାଇଥିଲା ।

୧୨ ଘଣ୍ଟାରେ ଅବପାତ ! ଚାଷୀ ଛାନିଆ

ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସରିଲା ଲୋକସଭା ଅଧିବେଶନ । ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଲୋକସଭା ଅନିଶ୍ଚିତ କାଳ ପାଇଁ ମୁଲତବୀ । ମୁଲତବୀ ଘୋଷଣା କଲେ ବାଚସ୍ପତି । ସଂସଦ ଶୀତ ଅଧିବେଶନର ଶେଷ ଦିନରେ ଜାରି ରହିଛି ଶାସକ, ବିରୋଧୀଙ୍କ ହଙ୍ଗାମା । ଶେଷ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଲେ ବାଚସ୍ପତି । ସେପଟେ ଆମ୍ବେଦର ବିବାଦ ଏବଂ ରାହୁଲ

ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, କଡ଼ା ପ୍ରତିକ୍ରିୟା ଦେଲେ ଅପରାଜିତା

ଗୁରୁବାର ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ପ୍ରତାପଙ୍କ ଆଖି ପାଖରେ ଆଘାତ ଲାଗିଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପରେ ଭୁବନେଶ୍ୱର ସାଂସଦ ଅପରାଜିତା

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି । ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛି ବିଜେପି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯, ୧୧୫ ଏବଂ ୧୧୭ ଅଧିନରେ ପୋଲିସ

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ-ରାଜସ୍ଥାନ ଗସ୍ତ

ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନରେ ପ୍ରାକ୍

ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, କହିଲେ- ମୋତେ ରାହୁଲ ଗାନ୍ଧି ଠେଲିଦେଲେ

ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ

ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍‌

ଆକ୍ସନ ମୁଡରେ ଇଡି। ଆଜି ବି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଚଢ଼ାଉ କରିଛି ଇଡି। ଦ୍ୱିତୀୟ ଦିନରେ ପ୍ରମିଳାଙ୍କ ଭାଇଙ୍କ ଘରେ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ବାଣିପାଲିରେ ଥିବା ଘରେ ରେଡ୍ ଚାଲିଥିବା ଜଣାଯାଇଛି।