ଭୁବନେଶ୍ୱରରେ ଭଡାରେ ଲାଗିଥିବା ସରକାର କ୍ୱାର୍ଟର୍ସରୁ ଉଚ୍ଛେଦ । ୟୁନିଟ ୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ହୋଇଛି । ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ୯୦ କ୍ୱାର୍ଟର୍ସ ବେଆଇନ ଭାବେ ଜବରଦଖଲ ହୋଇଛି କହିଲେ ସ୍କ୍ୱାଡ । ୧୧ଟି କ୍ୱାର୍ଟର୍ସରୁ ଉଚ୍ଛେଦ ଶେଷ ହୋଇଛି । ଆଗକୁ ଜାରି ରହିବ କହିଲେ । ଉଚ୍ଛେଦ ବେଳେ ସ୍କ୍ୱାଡଙ୍କୁ ବିରୋଧ କଲେ କିଛି ଲୋକ । ଅନ୍ୟପଟେ ୪୧୦ ସରକାରୀ ଘର ଭଙ୍ଗାଯିବାକୁ ନିଷ୍ପତ୍ତି ନେଇଛନ୍ତି । କାଯ୍ୟକାରୀ ହେବ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ । ୟୁନିଟ ୨ ଅଞ୍ଚଳରେ ଏହି ପ୍ରକଳ୍ପ କରାଯିବ । ପୂର୍ୱରୁ ୧୯୦ଟି ସରକାରୀ ଘର ଖାଲି ରହିଛି । ୯୦ଟି ଘରେ ବେନିୟମ ଭାବେ ରହୁଛନ୍ତି ଲୋକ ।