ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର । ୧୨ଦିନ ପରେ ମିଳିଲେ ନିଖୋଜ ଯୁବକ। ଭରତପୁର ଥାନା ଅଞ୍ଚଳର ଜଣେ ଯୁବକ ବର୍ଥଡେ ପାର୍ଟିରୁ ନିଖୋଜ ହୋଇଥିଲେ। କାଫେରୁ ନିଖୋଜ ହୋଇଥିବା ଯୁବକ କଟକ SCBରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଯୁବକ ହେଲେସତ୍ୟଜିତ ଦାସ । ସେ ଗତ ୪ ତାରିଖରୁ ନିଖୋଜ ଥିଲେ। ୧୨ ଦିନ ପରେ ମେଡିକାଲରୁ ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ହସପିଟାଲରେ ଚିକିତ୍ସା ଚାଲିଥିବା ବେଳେ ସେ ପରିବାର ଲୋକଙ୍କ ମୋବାଇଲ ନମ୍ବର ସହ ଯୋଗାଯୋଗ କରିଥିଲେ । ଖବରପାଇ ପରିବାର ଲୋକ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ପ୍ରଥମେ କ୍ୟାପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେ କାଫେରୁ କେମିତି କ୍ୟାପିଟାଲ ହସପିଟାଲରେ ପହଞ୍ଚିଲେ ସେନେଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।
