Odia News Portal

ନଜର ପକାନ୍ତୁ ଆଜିର ମୁଖ୍ଯ ଖବର ଉପରେ

୧-କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।

୨-ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ, ନିଯୁକ୍ତି ପାଇଁ ୧୦ ଲକ୍ଷ ମାଗିଥିଲେ ବିରଞ୍ଚି ସାହୁ

୩-ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ୟୁଏସ ରିପବ୍ଲିକାନର ରିପୋର୍ଟରେ ବାହାରିଲା ଚୀନ୍ ଲ୍ୟାବର ସତ, ପ୍ରମାଣ ନଷ୍ଟ କରିଥିବା ନେଇ ଆମେରିକା କଲା ଦାବି ।

୪-ଅଭ୍ୟାସ ବେଳେ ମୟଙ୍କ ଅଗ୍ରଓ୍ବାଲଙ୍କ ମୁଣ୍ଡରେ ବାଜିଲା ବଲ, ଦଳରୁ ବାଦ୍‌ ପଡିଲେ ଷ୍ଟାର ଓପନର୍ ।

୫-ନୀତିଶ ଦେଲେ ବିଜେପିକୁ ଝଟ୍‌କା, ବିରୋଧୀଙ୍କ ସହ ମିଳାଇଲେ ହାତ, କହିଲେ- ‘ପେଗାସସ୍‌’ ମାମଲାର ତଦନ୍ତ ଜରୁରୀ ।

୬–ଉପେନ୍ଦ୍ର ତ୍ରିପାଠୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା। କର୍ଣ୍ଣାଟକ କ୍ୟାଡର ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ତ୍ରିପାଠୀ। ଉପଦେଷ୍ଟା ସହ ପରିଚାଳନା କମିଟି ଅଧ୍ୟକ୍ଷ ରହିବେ ଉପେନ୍ଦ୍ର ତ୍ରିପାଠୀ।

୭–ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ। ଭୁବନେଶ୍ବର ଆମ୍ରି ହସ୍‌ପିଟାଲରେ ସନ୍ଧ୍ୟା ୭.୨୦ରେ ପରଲୋକ। ଅରୁଣ ଦେ’ଙ୍କ ପରଲୋକ ନେଇ ଆମ୍ରି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା

୮–ଅଫଲାଇନରେ ଚାଲିଥିବା ଅଫଲାଇନ ପରୀକ୍ଷା ଖାତାଦେଖା ଅଗଷ୍ଟ ୧୧ରୁ ଆରମ୍ଭ ହେବ ଏବଂ ତିନି ଦିନ ଭିତରେ ସରିବ ଖାତାଦେଖା।

୯–ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ର ୨୦୦ ମିଟର ହିଟ୍‍କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ।

୧୦–ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।

୧୧-ଅଲିମ୍ପିକ ଫାଇନାଲରେ ଅଶ୍ବାରୋହୀ ଫୌଆଦ ମିର୍ଜା, ୨ ଦଶନ୍ଧୀ ପରେ ପ୍ରଥମ ଭାରତୀୟ ଭାବେ କଲେ ରେକର୍ଡ ।

୧୨-ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ କରିବା ପାଇଁ ‘ଇ-ରୁପି’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୩-ସୋନୁ ସୁଦ ହେଲେ ସ୍ପେଶାଲ ଅଲିମ୍ପିକ୍ ଭାରତର ବ୍ରାଣ୍ଡ୍ ଆମ୍ବାସଡର୍ ।

୧୪-ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ : ଓଡ଼ିଶାର ପୃଷ୍ଠପୋଷକତାରେ ହକିର ଅଭ୍ୟୁଦୟ ।

୧୫-ଉଚ୍ଚନ୍ୟାୟାଳୟରେ ମାମଲାର ସିଧା ପ୍ରସାରଣ ବ୍ୟବସ୍ଥା ସହିତ ଇ-ସେବା ଉଦ୍‌ଘାଟିତ ।

୧୬-ମହାରାଷ୍ଟ୍ରରେ ଜିକା ଭୂତାଣୁ : ଉଚ୍ଚସ୍ତରୀୟ ଦଳ ପଠାଇଲା କେନ୍ଦ୍ର ।
୧୭-ଟୋକିଓ ଅଲିମ୍ପିକ: ଆଜି ଭାରତୀୟ ପୁରୁଷ ହକି ଦଳର ସେମି ଫାଇନାଲା