Odia News Portal

୧୨ ରୁ ୧୫ ବର୍ଷ ପିଲାଙ୍କୁ କରୋନା ଟିକା

ବିଶ୍ୱ କରୋନା ସଂକଟ ଦେଇ ଗତି କରୁଛି । ଆଉ ଏହି ମହାମାରୀରେ ସଂଜୀବନି ସାଜିଛି କେବଳ କରୋନା ଟିକା । ତେବେ ପ୍ରଥମରୁ ୪୫ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକା ମିଳୁଥିବା ବେଳେ ଏବେ ୧୮ବର୍ଷରୁ ୪୫ବର୍ଷ ବୟସ୍କଙ୍କୁ ଟିକା ମିଳୁଛି । ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ମିଳିବ କି ନାହିଁ । ଆଉ ଯଦି ମିଳିବ କେବେ ମିଳିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏନେଇ ଖାଲି ପ୍ରସ୍ତୁତି ଆରମ୍ଭ ହୋଇନି ବରଂ ଟିକା ବି ପ୍ରସ୍ତୁତ ସରିଛି । ତେବେ କେବେ ମିଳିବ ଟିକା ଚାଲନ୍ତୁ ଜାଣିବା ଆଜିର ଷ୍ଟୋରୀରେ ।