Odia News Portal

ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ

ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର । ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସବ୍‌ସିଡି ପରିହାର କରିବା ଲାଗି ଅତୀତରେ ଘୋଷଣା କରାଯାଇଥିବା ‘ଗିଭ୍‌ ଇଟ୍‌ ଅପ୍’ ଅଭିଯାନ ଢାଞ୍ଚାରେ ପେନ୍‌ସନ୍ ଦାନ ଅଭିଯାନକୁ ପ୍ରସ୍ତୁତ କରାଯିବ । ଗିଭ୍ ଇଟ୍ ଅପ୍ ଅଭିଯାନରେ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସବ୍‌ସିଡି ପରିହାର କରିବାରୁ ସରକାର ନିବେଦନ କରିଥିଲେ । ସରକାର ଦେଇଥିବା ଆହ୍ବାନକୁ ଗ୍ରହଣ କରି ବହୁ ଗ୍ରାହକ ସବ୍‌ସିଡି ଛାଡ଼ିଥିଲେ ।

ଏହା ଜରିଆରେ ଯେଉଁ ସଞ୍ଚୟ ହୋଇଥିଲା ତାହା ଗରିବ ଲୋକମାନଙ୍କୁ ଏଲ୍‌ପିଜି ସଂଯୋଗ ପ୍ରଦାନ କରିବା ଲାଗି ବ୍ୟବହାର କରାଯାଇଥିଲା । ପେନ୍‌ସନ୍ ଦାନ ଅଭିଯାନରେ ପ୍ରତି ଶ୍ରମିକଙ୍କ ପାଇଁ ମାତ୍ର ୩୬ ହଜାର ଟଙ୍କା ଦାନ କରିବାକୁ ପଡ଼ିବ । ସେହି ଟଙ୍କାକୁ ବ୍ୟବହାର କରି ଶ୍ରମିକଙ୍କ ନାମରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ସ୍କିମ୍‌ରେ ଖାତା ଖୋଲାଯିବ । ଏହି ସ୍କିମ୍‌ରେ ଯୋଗ୍ୟ ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଯିବା ପରେ ମାସିକ ୩୦୦୦ ଟଙ୍କାର ପେନ୍‌ସନ୍ ମିଳିବା ବ୍ୟବସ୍ଥା ରହିଛି । ସ୍ବଚ୍ଛଳ ବର୍ଗର ଲୋକମାନେ ଚାହିଲେ ନିଜ ଘରୋଇ ସହାୟକଙ୍କ ପାଇଁ ପେନ୍‌ସନ୍ ଦାନ କରିପାରିବେ ।