Odia News Portal

ୟୁପିକୁ ମୋଦୀଙ୍କ ବଡ ଉପହାର

ଦେଶର ସବୁଠୁ ବଡ଼ ବିମାନ ବନ୍ଦରର ହେଲା ଶିଳାନ୍ୟାସ । ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନ ବନ୍ଦର କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନିଯୋଗ ହେବ । ଏହି ବିମାନ ବନ୍ଦର ପାଇଁ ଯୋଗୀ ସରକାର ୫ ହଜାର ୮୪୫ ହେକ୍ଟର ଜମି ଦେଇଛନ୍ତି ।

ଯୋଗୀ ସରକାର ଏହାକୁ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ ବୋଲି କହିଛନ୍ତି । ଏହା ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ବିମାନ ବନ୍ଦର । ଏହି ଏୟାରପୋର୍ଟରେ ହେବାକୁ ଥିବା କାର୍ଗୋ ଟର୍ମିନାଲର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ । ଏହାକୁ ବୃଦ୍ଧି କରି ୮୦ ଲକ୍ଷ ମେଟ୍ରିକ୍ ଟନ୍ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ଏହା ଏକ ଡ୍ରିମ୍ ପ୍ରୋଜେକ୍ଟ । ଏହି ଏୟାରପୋର୍ଟରେ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ।

୬ଟି ରନୱେ , ପାଖାପାଖି ୩୦ ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଏୟାରପୋର୍ଟ ଏସିଆର ସର୍ବବୃହତ ଏୟାରପୋର୍ଟ ଭାବେ ରେକର୍ଡ କରିବ । ସେହିପରି ବିଶ୍ୱର ଚତୁର୍ଥ ବୃହତ ଏୟାରପୋର୍ଟ ହେବ ଏହି ବିମାନବନ୍ଦର । ଅନ୍ୟପଟେ ବର୍ଷକୁ ପ୍ରାୟ ୭ କୋଟି ଲୋକଙ୍କୁ ସେବା ଯୋଗାଇ ଜେୱର ବା ନୋଏଡା ଇଣ୍ଟରନ୍ୟାସନାଲ ବିମାନବନ୍ଦର ।