Odia News Portal

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ଗର୍ଲଫ୍ରେଣ୍ଡ ତଥା ଫେମସ ଡିଜାଇନର ନତାଶା ଦଲାଲଙ୍କ ହାତ ଧରିଛନ୍ତି ବରୁଣ । ଆଲିବାଗର ଏକ ରିସୋର୍ଟ ଦି ମ୍ୟାନସନ୍ ହାଉସରେ ହୋଇଛି ଉଭୟଙ୍କ ବିବାହ ଉତ୍ସବ ।

ତେବେ ବରୁଣଙ୍କ ବାହାଘରରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇ ନଥିଲା। କରୋନା ମହାମାରୀ ଯୋଗୁଁ ଡେଭିଡ ଧୱନ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରିନାହାନ୍ତି। ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର ୪୦ଜଣ ଅତିଥି ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ନିକଟ ବନ୍ଧୁ ଓ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାଁ ସାମିଲ ଅଛି।