Odia News Portal

ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ୍ କୁଇନ୍

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଓଡିଶା ଗସ୍ତରେ ଆସିଥିବା କଙ୍ଗନା ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ  ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି ।

ସୂଚନା ଅନୁଯାୟୀ, ଡିସେମ୍ବର ୮ମାସ ପରେ କରୋନା କଟକଣା ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଖୋଲିଥିଲା । ତେବେ ସେହି ସମୟରେ ବଲିଉଡ଼୍‌ ଅଭିନେତ୍ରୀ ଏକ ଟ୍ୱିଟ୍‌ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ନିଜର ଇଚ୍ଛା ଜାହିର କରିଥିଲେ ।ଆଜି ସକାଳୁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱରରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌ ।

Kangana Ranawat visit puri

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଘଟଣାରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ କଙ୍ଗନା। ଫିଲ୍ମ ଫେୟାର ଆୱାର୍ଡ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଅନେକ ଚଳଚ୍ଚିତ୍ରରେ ପୁରଷ୍କାର କଙ୍ଗନା ପାଇଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଧନ୍ୟ ମନେ କରୁଛି ବୋଲି କହିଛନ୍ତି କଙ୍ଗନା । ଏହି ଅବସରରେ ମହାପ୍ରଭୁଙ୍କ ସୁନାବେଶ ଫଟୋ ଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ଓ ସେ ସେହି ଫଟୋକୁ ହାତରେ ଧରି ଫଟୋ ଉଠାଇଥିଲେ। ସେ ଆଜି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।