Odia News Portal

ଇଡିର ସମନ ପରେ ବି ଚତୁର୍ଥ ଦିନରେ ହାଜର ହେଲେନି ଜ୍ୟାକଲିନ୍

ମୁମ୍ବାଇ: ୨୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ବଲିଉଡ ୪ର୍ଥ ଥର ପାଇଁ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ଇଡି ଆଗରେ ହାଜର ହୋଇନାହାନ୍ତି ।ସୋମବାର ଦିନ ଇଡିରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରିକରାଯାଇଥିଲା । କିନ୍ତୁ ସେ ଏଥର ମଧ୍ୟ ଉପସ୍ଥିତ ହୋଇନଥିଲେ । ଏହା ପୂର୍ବରୁ ଶନିବାର ମଧ୍ୟ ତାଙ୍କୁ ଇଡିରେ ହାଜର ହେବାକୁ ସମନ ଜାରି କରାଯାଇଥିଲା ।

ଜ୍ୟାକଲିନଙ୍କୁ ଗତ ଚାରି ଦିନରେ ତିନି ଥର ସମନ ପାଇଁ ଡକାଯାଇଥିଲା । ଅକ୍ଟୋବର ୧୫, ୧୬ ଏବଂ ୧୮ ଏହି ତିନି ଦିନରେ ଜ୍ୟାକଲିନ ଉପସ୍ଥିତ ହୋଇନଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର ୨୫ ରେ ମଧ୍ୟ ତାଙ୍କୁ ସମନ ପାଇଁ ଡ଼କାଯାଇଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ ଜ୍ୟାକଲିନ ବ୍ୟକ୍ତିଗତ କାରଣ ଦର୍ଶାଇ ସମନରେ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ ଏବଂ ନଭେମ୍ବର ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ପଚରାଉଚରାକୁ ଘୁଞ୍ଚାଇବାକୁ ଇଡିକୁ ଅନୁରୋଧ କରିଛନ୍ତି ।

ଏହି ମାମଲାର ତଦନ୍ତରେ ଇଡି ଜ୍ୟାକଲିନ ଏବଂ ସୁକେଶଙ୍କ ମଧ୍ୟରେ ସମ୍ପର୍କ ଜାଣିବାକୁପାଇଥିଲେ । ଇଡି ଏହା ଜାଣିବାକୁ ପ୍ରାୟସ କରୁଛି ଯେ ଜ୍ୟାକଲିନ ଏବଂ ସୁକେଶଙ୍କ ମଧ୍ୟରେ କୌଣସି ଆର୍ଥିକ କରାବାର ହୋଇଛି କି ନାହିଁ । ଜ୍ୟାକଲିନ ତାଙ୍କର ପ୍ରଥମ ବୟାନରେ କହିଥିଲେ ଯେ ସେ କୌଣସି ଭୁଲ କାମରେ ଭାଗୀ ହୋଇପାରିବେ ନାହିଁ । ସେପ୍ଟେମ୍ବର ଏବଂ ଅକ୍ଟୋବର ପୂର୍ବରୁ ମଧ୍ୟ ଅଗଷ୍ଟ ୩୦ରେ ଇଡିରେ ହାଜର ହୋଇଥିଲେ ଜ୍ୟାକଲିନ ।