Odia News Portal

କ୍ୟାଟ୍ରିନା ବିକିଙ୍କ ବିବାହକୁ ନେଇ ଆସିଲା ଟ୍ୱିଷ୍ଟ

କ୍ୟାଟ୍ରିନା କୈଫ୍‌ ଏବଂ ବିକି କୌଶଲଙ୍କ ବିବାହ ଦିନ ଯେତେ ପାଖେଇ ଆସୁଛି ଖବରକୁ ନେଇ ସେତେ ନୂଆ ଅପଡେଟ୍ ଆସୁଛି ।  ତେବେ ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି ଯେ ଉଭୟ ଆସନ୍ତା ସପ୍ତାହରେ ମୁମ୍ବାଇରେ କୋର୍ଟ ବିବାହ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଉଭୟ ପ୍ରଥମେ ନଭେମ୍ବରର ଶେଷ ସପ୍ତାହରେ ମୁମ୍ବାଇରେ କୋର୍ଟ ବିବାହ କରିବେ ଏବଂ ପରେ ରାଜସ୍ଥାନରେ ରୟାଲ ୱେଡିଂକୁ ଯିବେ। ଏହାରି ଭିତରେ ବିବାହ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଉଭୟଙ୍କ ଟିମ୍‌ ଗତ କିଛି ଦିନ ହେବ ରାଜସ୍ଥାନରେ ବିବାହ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ।

ସୂଚନା ଥାଉ କି, ବିକି-କ୍ୟାଟ୍ରିନାଙ୍କ ବିବାହକୁ ଆସୁଥିବା ଅତିଥିମାନେ ବିବାହ ସ୍ଥଳରେ ପ୍ରବେଶ କରିବା ପରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ରିପୋର୍ଟ ଅନୁଯାୟୀ, ବିକି ଏବଂ କ୍ୟାଟ୍ରିନା ରାଜସ୍ଥାନର ସାୱାଇ ମାଧୋପୁର ସ୍ଥିତ ସିକ୍ସ-ସେନ୍ସ ଫୋର୍ଟ ହୋଟେଲରେ ବିବାହ କରିବେ। ଏହି ବିବାହରେ ଅନେକ ଉଚ୍ଚ ନାମୀ-ଦାମୀ ଅତିଥି ଅଂଶଗ୍ରହଣ କରିବେ, ଏହା ସହ ଅନେକ କମ୍ପାନୀ ମଧ୍ୟ ବିଭିନ୍ନ କାର୍ଯ୍ୟର ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି ।

ଅନ୍ୟପକ୍ଷରେ, ମୁମ୍ବାଇରେ ତାଙ୍କ ବିବାହ ପୋଷାକ ଚୟନ କରିବା ପରେ କ୍ୟାଟ୍ରିନା ବାକି ସବୁର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ୟପଟେ ଶୁଣିବାକୁ ମିଳୁଛି ଯେ ବିକିଙ୍କ ମା ଏବଂ ଭାଇ ସନ୍ନି କୌଶଲ ତାଙ୍କ ବିବାହ ପ୍ରସ୍ତୁତି ପାଇଁ କ୍ୟାଟ୍ରିନାଙ୍କୁ ସମ୍ପୂର୍ଣ୍ଣ ଭାବେ ସହାୟତା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସେ କାମରୁ ବ୍ରେକ୍‌ ନେଇଛନ୍ତି ଏବଂ ବିବାହ ପରେ ସେ ଫିଲ୍ମ କିମ୍ବା ବିଜ୍ଞାପନର ସୁଟିଂକୁ ପୁଣି ଫେରିବେ।