Odia News Portal

ଦୀର୍ଘ ୪ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ଶାହାରୁଖ ଖାନ

ସୁପରଷ୍ଟାର କିଙ୍ଗଖାନଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ପାଇଁ ଚ୍ୟାଲେଞ୍ଜିଗ ଥିଲା ।ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରି ଶାହାରୁଖ ଖାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାରି ମାସରୁ ଅଧିକ ସମୟ ପରେ ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ ଫେରିଛନ୍ତି। ଶାହରୁଖ ପୂର୍ବରୁ ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୨୦୨୧ ରେ ଶେଷ ପୋଷ୍ଟ କରିଥିଲେ। ଏହା ପରେ ଜାନୁଆରୀ ୧୯ରେ ବାଦଶାହ ପୋଷ୍ଟ କରିଛନ୍ତି ।
ଶାହାରୁଖ ଖାନଙ୍କ ଏହି ପୋଷ୍ଟ ବିଷୟରେ ସେ ଏକ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି ଏବଂ ଏଥିରେ ସେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ସହ ନଜର ଆସିଛନ୍ତି। ଶାହାରୁଖ ଖାନ ଏବଂ ଗୌରୀ ଏହି ଷ୍ଟାଇଲ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଶାହରୁଖ ଖାନ ଏକ ବଙ୍ଗଳା ପାଖରେ ପହଞ୍ଚିବା ପାଇଁ ଏକ ବିଳାସପୂର୍ଣ୍ଣ କାର ଚଳାଉଥିବାର ନଜର ଆସିଛନ୍ତି। ଘର ଭିତରେ ପହଞ୍ଚିବା ପରେ ସୋଫାରେ ଆରାମରେ ବସି ଟେଲିଭିଜନ୍ ସୁଇଚ୍ ଅନ କରୁଛନ୍ତି । କିଛି ସମୟ ପରେ ତାଙ୍କ ପତ୍ନୀ ଗୌରୀ ଖାନ ଆସି ଦୁହେଁ ଏକାଠି ବସି ଟିଭି ଦେଖୁଥିବାର ଆପଣ ଦେଖିପାରୁଥିବେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତାଙ୍କୁ ମନେ ପକାଉଥିବାରୁ ଏହି ପୋଷ୍ଟ ଶାହରୁଖଙ୍କ ପ୍ରଶଂସକଙ୍କୁ ଖୁସି କରିଛି।