Odia News Portal

ବିବାହ ବନ୍ଧନରେ ବାନ୍ଧିହେବେ ବରୁଣ !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଓ ନତାଶାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଦୁହେଁ ଏହି ଜାନୁଆରୀ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ବରୁଣ ଓ ନତାଶା ଗତ ବର୍ଷ ମେ’ ମାସରେ ବିବାହ କରିଥାନ୍ତେ। କିନ୍ତୁ କରୋନା ଏବଂ ଲକଡାଉନ କାରଣରୁ ଉଭୟଙ୍କ ବାହାଘର ସ୍ଥଗିତ ହୋଇ ଯାଇଥିଲା।

ବରୁଣ ଓ ନତାଶାଙ୍କ ବାହାଘର ପାଇଁ ଅଲିବାଗର ଏକ ହୋଟେଲ ବୁକ କରାଯାଇଛି । ତେବେ ପଞ୍ଜାବୀ ରୀତିନୀତି ଅନୁସାରେ ବାହାଘର ହେବ। ପିଙ୍କ ଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ ବାହାଘରରେ ୨୦୦ ଅତିଥି ସାମିଲ ହେବେ। ବରୁଣ ଓ ନତାଶା ଉଭୟ ବହୁ ଦିନରୁ ପରସ୍ପରକୁ ଡେଟ କରୁଛନ୍ତି। ଅନେକ ଖାସ୍ ସମୟରେ ଉଭୟ ଏକାଠି ନଜର ଆସିଥାନ୍ତି । ଉଭୟଙ୍କ ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ମଧ୍ୟ ହେଉଛି ।

କଫି ୱିଥ୍ କରନ୍-୬ ରେ ବରୁଣ ବହୁତ ଶୀଘ୍ର ବାହା ହେବାକୁ ଯାଉଛନ୍ତି ବୋଲି ଇସାରା କରିଥିଲେ। ବରୁଣ କହିଥିଲେ ଯେ ନତାଶା ତାଙ୍କର ପିଲାଦିନର ସାଙ୍ଗ। ନତାଶା ବହୁତ ସପୋର୍ଟିଭ୍ ବୋଲି ମଧ୍ୟ ସେ କହିଥିଲେ । ବରୁଣ ଧୱନ ନିକଟରେ ଫିଲ୍ମଫେୟାର ସାକ୍ଷାତକାରରେ କହିଥିଲେ ଯେ ୨୦୨୧ ରେ ନତାଶାଙ୍କ ସହ ନିଜ ସମ୍ପର୍କକୁ ନୂଆ ନାଁ ଦେଇପାରନ୍ତି।