Odia News Portal

ଚର୍ବି ଅଂଶକୁ କମାଇବ ତ୍ରିଫଳା ଚୂର୍ଣ୍ଣ

ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ସିଧା ପ୍ରଭାବ ଆମ ପେଟ ଓ ଅଣ୍ଟା ଉପରେ ପଡ଼ିଥାଏ। ଆମ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପେଟ ବାହାରିଥାଏ। । ପେଟରେ ଚର୍ବି ଅଂଶ ବଢ଼ିଯାଇଥାଏ।

ତେବେ ଆଜି ଆମେ ଏହାକୁ ନେଇ କିଛି ଭଲ ଟିପ୍ସ କହିବୁ। ଯାହା ପେଟର ଚର୍ବି ଅଂଶକୁ କମାଇବାରେ ଖୁବ ସାହାଯ୍ୟ କରିବ। ଏମିତିରେ ଲୋକ ଶୀଘ୍ର ନିଜ ଚର୍ବି ଅଂଶକୁ କମାଇବା ପାଇଁ ମେଡିସିନର ସାହାରା ନେଇଥାନ୍ତି। କିନ୍ତୁ ଏହା ଶରୀର ଉପରେ ସାଇଡ ଇଫେକ୍ଟ ପକାଇପାରେ। ତେଣୁ ସବୁଠୁ ଭଲ ଉପାୟ ହେଉଛି ଘରୋଇ ଉପାୟ। ଯାହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ।

– ପେଟର ଚର୍ବି ଅଂଶକୁ କମାଇବାରେ ସାହାଯ୍ୟ କରେ ତ୍ରିଫଳା। ଆୟୁର୍ବେଦ ଶାସ୍ତ୍ରରେ ଏହାର ମହତ୍ୱ ଖୁବ ଅଧିକ ରହିଛି। ଏହା ଶରୀରରେ ମହଜୁଦ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦିଏ। ଏବଂ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିଥାଏ ।ଚର୍ବି ଅଂଶକୁ କମାଇବା ପାଇଁ ଏହା ଅଧିକ ଲାଭକାରୀ ହୋଇଥାଏ । ଏହାର ନିୟମିତ ସେବନ କରିବା ଉଚିତ। କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଆପଣ ଗରମ ପାଣିରେ ଏକ ଚାମଚ ତ୍ରିଫଳା ଚୂର୍ଣ୍ଣକୁ ମିଶାଇ ପିଅନ୍ତୁ।

– ପେଟର ଚର୍ବି ଅଂଶକୁ କମାଇବା ପାଇଁ ଆପଣ ସକାଳ ସମୟରେ ଖାଲି ପେଟରେ ତ୍ରିଫଳାର ସେବନ କରନ୍ତୁ। ଏହାକୁ ପାଣିରେ ଉଷୁମ କରି ଛାଣି କରି ପିଅନ୍ତୁ। ଶୀଘ୍ର ପ୍ରଭାବ ପଡ଼ିବ।