Odia News Portal

ମହାପ୍ରଭୁଙ୍କ ମହାପ୍ରସାଦରେ କାହିଁକି ପଡେ ନାହିଁ ଆଳୁ ଆସନ୍ତୁ ଜାଣିବା

ଜଗତର ନାଥ ଜଗନ୍ନାଥ । ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା ମହାପ୍ରସାଦର କଣ ରହିଛି ମାନ୍ୟତା? ଯାହା ପାଇଁ ପ୍ରତେକ ଦିନ ଲକ୍ଷ୍ୟାଧିକ ଭକ୍ତଙ୍କର ଭିଡ ଜମୁଛି ଶୀକ୍ଷେତ୍ର ଧାମରେ । ଯେଉଁ ମହାପ୍ରସାଦ ଟିକେ ପାଇଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରେ। ତେବେ ଏହି ମହାପ୍ରସାଦ ପ୍ରସ୍ତୁତିରେ ରହିଛି କିଛି ବିଶେଷ ନିୟମ ।

ଆସନ୍ତୁ ଜାଣିବା:ଶ୍ରୀକ୍ଷେତ୍ରରେ ପ୍ରତିଦିନ ମହା ପ୍ରଭୁଙ୍କୁ ନିମନ୍ତେ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କର।ଯାଇଥାଏ । ହେଲେ ରୋଚକ ତଥ୍ୟ ଏହାଯେ ସେଠାରେ ପ୍ରସ୍ତୁତ ହେଉଥିବା ୫୬ ପ୍ରକାର ମହ୍ରାସାଦରେ ଆଳୁ ବ୍ୟବହାର କରାଯାଏ ନାହିଁ । ଏହାର ଏକ ବିଶେଷ କାରଣ ରହିଛି । ଆଳୁ ଏକ ବିଦେଶୀ ପରିବା ଅଟେ । ମହାପ୍ରସାଦ କେବଳ ଭାରତୀୟ ପନି ପରିବାରେ ପ୍ରସ୍ତୁତ କରାଯାଏ । ଏହା ଛଡା ମହାପ୍ରସାଦରେ ବିଲାତି ବାଇଗଣ, ପିଆଜ,ଲାଲ୍ ଲଙ୍କା ,ରସୁଣ ଆଦି ମହ୍ରାସାଦ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ ନାହିଁ । ତେବେ ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ୫୬ ପ୍ରକାର ଭୋଗ ହେଉଛି ସାଧା ଅନ୍ନ, ଦହି ପଖାଳ, କାନିକା, ଥାଳି ଖିଚୁଡି, ଅଦା ପଖାଳ, ଘିଅ ଅନ୍ନ, ମିଠା ପଖାଳ, ଖେଚୁଡି, ଖଜା, ଗଜା, ଲଡୁ,ଜିରାଲଡୁ, ମଗଜ ଲଡୁ, ମଠା ପୁଳି,ଖୁରୂମା, ଜଗନ୍ନାଥ ବଲ୍ଲଭ, କାକରା, ଲୁଣି ଖୁରୂମା, ମରିଚ ଲଡୁ ସୁଆର ପିଠା, ଛଡାଇ, ଝିଲ୍ଲି, କାନ୍ତି, ମଣ୍ଡା, ଅମାଲୁ, ପୁରି,ଲୁଚି,ଦହବରା,ବରା,ଆରିସା,ତିରିୁରି, ରୋସପାଇକ,ଖିରୀ, ପୁଡି,ଖୁଆ,ରସାବଳି, ତାଡିଆ,ଛେନାଖଇ, ମହୁର,ପୋଟଳ ରସା, ବାୁଡି ଖଜା, ଖୁଆ ମଣ୍ଡା, ସରପୁଳି,ବିରିଡାଲି, ଚଣା ଡାଲି, ମିଠା ଡାଲି, ମୁଗ ଡାଲି, ଡାଲମା, ରାଇତା, ବେସର, ଶାଗ, ବାଇଗଣି, ଏବଂ ଖଟା ।

ଯେଉଁଠାରେ ଏହି ମହାପ୍ରସାଦ ପ୍ରସ୍ତୁତ କରାଯାଏ ତାକୁ ରୋଷଘର ବୋଲି କୁହ।ଯାଏ। ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ରୋଷଘରେ ୨୫୬ ଚୁଲି ଲଗ।ଯ।ଇଥାଏ । ଏହାକୁ ପୃଥିଵୀର ସବୋର୍ଚ୍ଚ ରୋଷଘର ବୋଲି କୁହ।ଯାଏ । ଏଠାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ୪୫ ମିନିଟ୍ ରେ ଖାଦ୍ୟ ପ୍ରସ୍ତୁତ କର।ଯାଏ । ଶୁଣ।ଯାଏ ଯେ ମହାପ୍ରସାଦ କେବେ କମ୍ ପଡେ ନାହିଁ । ତେବେ ଏହା ମହାପ୍ରଭୁ ଏବଂ ମା ମହାଲକ୍ଷ୍ମୀଙ୍କ କୃପାରୁ ହୋଇଥାଏ ବୋଲି କୁହ।ଯାଏ । ସବୁ ଦେବାଦେବୀ ପୀଠରେ ଲାଗୁ କର।ଯ।ଉଥିବା ଭୋଗ କୁ ପ୍ରସାଦ କୁହ।ଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେଇଥିବା ଭୋଗକୁ ମହାପ୍ରସାଦ କୁହାଯାଏ । ଏହାର ବି ଏକ ରହସ୍ୟ ରହିଛି । ତାହା ହେଉଛି ଯେ ଏଠାରେ ସ୍ୱୟଂ ମା ମହଲକ୍ଷ୍ମୀ ରୋଷଇଘରେ ୫୬ ଭୋଗ ପ୍ରସ୍ତୁତି କରିବାର ବିଶ୍ୱାସ ରହିଛି ଏବଂ ମହାପ୍ରଭୁ ସ୍ୱୟଂ ଏହାକୁ ଭୋଜନ କରିଥାନ୍ତି । ସେଥିପାଇଁ ଏହାକୁ ମହାପ୍ରସାଦ ବୋଲି କୁହ।ଯାଏ । ତେବେ ଅନ୍ୟ ମନ୍ଦିରମାନଙ୍କରେ ଲଗ।ଯାଉଥିବା ଭୋଗକୁ ଦେବାଦେବୀ ଆଗ୍ରହଣ କରିଥାନ୍ତି । ସେଥିପାଇଁ ଏହାକୁ ପ୍ରସାଦ ବୋଲି କୁହାଯାଏ । ତେବେ ମହାପ୍ରସାଦ ପାଇବା ପାଇଁ ଦେବତାଙ୍କ ଠାରୁ ଆରମ୍ଭ କରି ବ୍ରାହ୍ମଣ ଏବଂ ସମସ୍ତ ମନୁଷ୍ୟ ଅପେକ୍ଷା କରିଥାନ୍ତି ।