Odia News Portal

ଡିଜେ ସାଉଣ୍ଡରେ ମରିଗଲେ ୬୦ କୁକୁଡା

ଡିଜେ ବାଜିବାରୁ ହୃଦଘାତରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗାଁରେ ।

ସୂଚନାଅନୁସାରେ, ଗତକାଲି କାଣ୍ଡଗରଡ଼ି ଗାଁର ଜଣଙ୍କର ଝିଅ ବାହାଘରକୁ ବରଯାତ୍ରୀ ବହୁତ ଜୋର ସାଉଣ୍ଡରେ ଡିଜେ ବଜାଇ ଆସିଥିଲେ। କୁକୁଡ଼ା ଫାର୍ମ ନିକଟରେ ଡିଜେ ଗାଡି ରଖି ଅନେକ ସମୟ ଧରି ଉଚ୍ଚ ଶବ୍ଦରେ ସଂଗୀତ ବଜାଇଥିଲେ। ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥାକୁ ଶୁଣିନଥିଲେ। ଫଳରେ ଡିଜେ ଶବ୍ଦରେ ଫାର୍ମରେ ଥିବା ୨୦୦୦ କୁକୁଡ଼ା ଭୟରେ  ଚଢ଼ାଚଢ଼ି   ହୋଇ ଏକଜୁଟ ହୋଇଯାଇଥିଲେ। ପରସ୍ପର ଚଢ଼ାଚଢ଼ି  ହେବାଫଳରେ ୬୩ଟି କୁକୁଡ଼ାର ମୃତ୍ୟୁ ଘଟିଥିଲା।