Odia News Portal

ଜାଣନ୍ତୁ କଳାଲୁଣର ଉପକାରିତା

ଭୁବନେଶ୍ୱର: ସମସ୍ତ ଖାଦ୍ୟର କିଛି ନାଁ କିଛି ଉପକାରିତା ରହିଛି । ତେବେ କଳାଲୁଣରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଏହି ଲୁଣରୁ ପାଖାପାଖି ୮୦ ପ୍ରତିଶତ ଖଣିଜ ପଦାର୍ଥ ମିଳିଥାଏ । ଏହାସହିତ ପାଚନକ୍ରିୟା ପାଇଁ ଏହି ଲୁଣ ଖୁବ୍ ଉପଯୋଗୀ । ମୋଟାପଣ, ଉଚ୍ଚ ରକ୍ତଚାପ, ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟାକୁ ଦୁର କରିବାରେ କଳାଲୁଣ ଖୁବ୍ ସହାୟକ ହୋଇଥାଏ । ସଲ୍ଫର ସଲ୍ଟ ଯୋଗୁଁ କଳାଲୁଣ ସୁଗନ୍ଧ ଯୁକ୍ତ ହୋଇଥାଏ । ନାଁ ସିନା କଳାଲୁଣ କିନ୍ତୁ ଏହାର ଫାଇଦା ଜାଣିଲେ ଆପଣମାରନେ ଆଶ୍ଚର୍ୟ୍ୟ ହୋଇଯିବେ ।

– ସୁଖ ନିଦ୍ରା ପାଇଁ କଳାଲୁଣ ସହାୟକ ହୋଇଥାଏ ।
– ସେହିପରି ଆଣ୍ଠୁ ଗଣ୍ଠି ଦରଜ ପାଇଁ ମଧ୍ୟ କଳା ଲୁଣ ଉପଯୋଗୀ ଅଟେ ।
– କଳାଲୁଣରେ ତିଆରି ହୋଇଥିବା ଗରମ ପାଣି ବାମ୍ଫରେ କଫ ଏବଂ ଖାସ୍ ରୁ ଉପଶମ ମିଳିଥାଏ ।
– କଳାଲୁଣରେ ଖଣିଜ ବହୂଳ ମାତ୍ରାରେ ଖଣିଜ ପଦାର୍ଥ ଥାଏ । ଏହାଦ୍ୱାରା ଶରୀରରେ ଥିବା ଜୀବାଣୁ ବି ମରିଯାଇଥାନ୍ତି ।
– ଏହାସହିତ କଳାଲୁଣ ଏବଂ ଟମାଟର ମିଶ୍ରଣ କରି କେଶରେ ଲଗାଇବା ଦ୍ୱାରା ରୂପି ଦୂର ହୋଇଥାଏ ।
– ହୃଦରୋଗ ଜନିତ ସମସ୍ୟା ଏବଂ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସାଧାରଣ ଲୁଣ ଅପେକ୍ଷା କଳାଲୁଣ ବହୁତ ଲାଭ ହୋଇଥାଏ ।