Odia News Portal

ହକିରେ ପଶିଲା କରୋନା


ଜୁନିଅର ବିଶ୍ୱକପ ହକିରେ ପଶିଲା କରୋନା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ପୁରୁଷ ଜୁନିଅର ବିଶ୍ୱକପ ହକିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି । ପଜିଟିଭ ଚିହିନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମ ମିଡିଆ ସେଣ୍ଟର ବ୍ୟବହାର କରିଥିଲେ । ସଂକ୍ରମିତ ଜଣକ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୋସିଆଲ୍ ମିଡିଆ ଟିମ୍ ସଦସ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଜଣେ ସଂକ୍ରମିତ ଚିହ୍ନଟ ପରେ ଏବେ ମିଡିଆ ସେଣ୍ଟରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଜଞ-ଚଉଜ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।