Odia News Portal

ଗ୍ରୀନ୍‌ଲ୍ୟାଣ୍ଡରେ ବର୍ଷା , ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଗ୍ରୀନ୍‌ଲାଣ୍ଡରେ ବର୍ଷା।  ବରଫାବୃତ ଗ୍ରୀନ୍‌ଲାଣ୍ଡରେ ପ୍ରଥମ ଥର ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବିଶେଷ କରି ପରିବେଶବିତ୍‌ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ସେମାନଙ୍କ ମତରେ ଗ୍ରୀନ୍‌ଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ।  ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଓ୍ୱାର୍ମିଂ ହିଁ ଏହାର କାରଣ।  ସାରା ବିଶ୍ୱ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗତ ଅଗଷ୍ଟ ୧୪ ତାରିଖରେ ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ଥିବା ବରଫ ଦେଶରେ ଘଣ୍ଟା ଘଣ୍ଟା ଧରି ବର୍ଷା ହୋଇଥିଲା।  ଏହି ସୂଚନା ଦେଇଛି ଆମେରିକାର ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର । କୌଣସି ସ୍ଥାନରେ ବର୍ଷା ହେବା ପାଇଁ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସରୁ ସାମାନ୍ୟ ଉପରେ ରହିବା ଦରକାର।  ଶୂନ ଡିଗ୍ରୀ ସେଲ୍ସିୟରକୁ ଟିକେ କମ୍ ତାପମାତ୍ରା ହେଲେ ମଧ୍ୟ ବର୍ଷା ହୋଇପାରେ। ଜାତୀୟ ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର ଅନୁଯାୟୀ, ଅଗଷ୍ଟ ୧୪ ରୁ ୧୬ ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଗ୍ରୀନ୍‌ଲାଣ୍ଡରେ ୭ ଟନ୍ ବର୍ଷା ହୋଇଥିଲା। ୧୯୫୦ ମସିହାରେ ତଥ୍ୟ ସଂଗ୍ରହ ହେବା ପରଠାରୁ ଏହା ହେଉଛି ସର୍ବାଧିକ ବର୍ଷା।