Odia News Portal

ବଢୁଛି ଓମିକ୍ରନ ଭୟ


ଦେଶରେ ଓମିକ୍ରନ ଆତଙ୍କ ବଢିବାରେ ଲାଗିଛି । ଜୟପୁରର ଗୋଟିଏ ପରିବାରରୁ ସମସ୍ତେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେହିଭଳି ରାଜସ୍ଥାନରେ ମଧ୍ୟ ୯ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ସମସ୍ତେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଇଥିଲେ ସମସ୍ତେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ସୂଚନା ମିଳିଛି ।

ଏହାକୁ ମିଶାଇ ମହାରାଷ୍ଟ୍ରରେ ମଧ୍ୟ ୭ ଓ ମୋଟ ଦେଶରେ ୨୧ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେପଟେ ଦିଲ୍ଲୀରେ ଜଣେ ତାଞ୍ଜାନିଆ ଫେରନ୍ତା ଯାତ୍ରୀଙ୍କ ଠାରେ ଓମିକ୍ରନ ଭୁତାଣୁକୁ ଠାବ କରାଯାଇଛି । ସେ ଦେଶର ପଂଚମ ଓମିକ୍ରନ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

ପୂର୍ବରୁ କର୍ଣ୍ଣାଟକ ୨ଜଣ ଗୁଜୁରାଟରୁ ଜଣେ ମହାରାଷ୍ଟ୍ରରୁ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ପୁଣେରୁ ଆହୁରି ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ଓ ଦେଶରେ ଏହି ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।