Odia News Portal

ଅଣ୍ଡା ତରକାରୀ ପାଇଁ ମାଆକୁ ହତ୍ୟା

ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତକାଲି ରାତିରେ କୁମୋଦିନୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ  ପୁଅ ରାଜେଶ ବଜାରରୁ ଅଣ୍ଡା ଆଣିଥିଲେ ଓ ରୋଷେଇ କରିବା ପାଇଁ କହିଥିଲେ। ହେଲେ ମାଆ ଅଣ୍ଡା ତରକାରି ରୋଷେଇ କରିବାକୁ ମନା କରିଥିଲେ। ଏଥିରେ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ କୁମୋଦିନୀଙ୍କ ମୃତ୍ୟୁ ଘଟିଥିଲା।