Odia News Portal

ଜଗନ୍ନାଥ ଧାମ ପାଇଁ ପୁଣି ଚିନ୍ତା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ପୁରୀର ଉନ୍ନତିକରଣ ପାଇଁ ୫ ଟି ସଚିବ ତଥା ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ  ସହ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରୁଥିବା ଦେଖା ଯାଉଥିଲା । ଏବଂ ଆଜି ପୁରୀର ଉନ୍ନତିକରଣ ନିମନ୍ତେ ସ୍ୱତନ୍ତ୍ର ଏୟାର ପୋର୍ଟ ନିର୍ମାଣ କରିବାକୁ  ସେ ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଥିବା ସୂଚନା ମିଳିଛି । ଭାରତର ଚାରିଧାମ ଭିତରେ ପୁରୀର ସ୍ଥାନ ସ୍ୱତନ୍ତ୍ର ।ଏବଂ କୋଟି ଓଡ଼ିଆଙ୍କ ମଉଡ଼ମଣୀ ସାଆନ୍ତ କଳାଦିଅଁକୁ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତ ମାନେ ଛୁଟି ଆସନ୍ତ । ଏପରିକି ବାରମାସରେ ତେର ଯାତ ହୁଏ ପୁରୀରେ ଆଉ ସବୁଠୁ ବଡ଼ କଥା ହେଲା କେବେ ବି ପୁରୀ ଜନଶୁନ୍ୟ ରହେ ନାହିଁ । ଏଥି ସହ ପୁରୀର ଆଖପାଖରେ କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ଭଳି ପର୍ଯ୍ୟଟନସ୍ଥଳୀ ଥିବା ହେତୁ ଏଠାରେ ଏୟାରପୋର୍ଟର ଆବଶ୍ୟକତା ରହିଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

 () ଏହା ସହ ଏୟାରପୋର୍ଟ ପାଇଁ ଜମି ଚିହ୍ନଟ ହୋଇଯାଇଛି ଏବଂ ଏଥିପାଇଁ ରାଜ୍ୟ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ନିଜ ଚିଠି ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।