Odia News Portal

ସାଇବର ଠକେଇ ରାକେଟ୍‌ର ମାଷ୍ଟରମାଇଣ୍ଡ୍ ଗିରଫ

ଭଦ୍ରକ ଜିଲ୍ଲାର ୫ଟି ଥାନା ଅଧିନରେ ସାଇବର ଠକେଇ ରାକେଟ୍ ଚଳାଉଥିବା ମାଷ୍ଟରମାଇଣ୍ଡ୍ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ସ୍ମୃତିରଂଜନ ବିଶ୍ୱାଳ। ଚିଙ୍ଗୁଡ଼ି ଚାଷୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ସ୍ମୃତିରଞ୍ଜନ ଓ ତାଙ୍କର ସହଯୋଗୀ।

ସୂଚନାନୁଯାୟୀ, କିଛିଦିନ ତଳେ ଭଦ୍ରକ ଜିଲ୍ଲାରେ ଚିଙ୍ଗୁଡ଼ି ଖାଦ୍ୟ କମ୍ ଦାମରେ ଦେବା ପାଇଁ ଚିଙ୍ଗୁଡ଼ି ଚାଷୀଙ୍କ ଫୋନ ନମ୍ବର ନେଇ ଯୋଗାଯୋଗ କରଥିଲେ ମାଷ୍ଟରମାଇଣ୍ଡ୍ ଠକ ଓ ତାଙ୍କର ସହଯୋଗୀ । ଚିଙ୍ଗୁଡ଼ି ଚାଷୀଙ୍କୁ ଡ଼ାକି ଗାଡ଼ିରେ ଖାଦ୍ୟ ଲୋଡ କରିବା ପରେ ଟଙ୍କା ଏକ ନିର୍ଦ୍ଧିଷ୍ଟ ନମ୍ବରରେ ଜମା କରିବା ପାଇଁ ମଧ୍ୟ କହିଥାନ୍ତି । ତେବେ ଗ୍ରାହକମାନେ ଟଙ୍କା ଜମା କରିବା ପରେ ମୋବାଇଲ ସୁଇଚ ଅଫ କରିବା ସହ ଗାଡ଼ିରୁ ଖାଦ୍ୟ ଅନଲୋଡ କରି ନିଅନ୍ତି ଠକମାନେ। ଏମିତି କରି ଭଦ୍ରକ ଜିଲ୍ଲାରେ ୫ଟି ଥାନା ଅଧୀନରେ ବହୁ ଚିଙ୍ଗୁଡ଼ି ଚାଷୀଙ୍କୁ ଠକି ଚାଲିଥିଲେ । ଏଥିନେଇ ଚିଙ୍ଗୁଡ଼ି ଚାଷୀ ହରିହର ଜେନା ୧ ଲକ୍ଷ ୯ ହଜାର ଟଙ୍କାର ଠକେଇରେ ଶିକାର ହେବା ପରେ ଧାମରା ମେରାଇନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଚାଷୀ ଅମୂଲ୍ୟ ସାହୁ ୧ ଲକ୍ଷ ୫୭ ହଜାର ଟଙ୍କା ଠକେଇରେ ଶିକାର ହୋଇ ଧାମରା ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ପୋଲିସ ଉପଖଣ୍ଡ ଆରକ୍ଷୀଙ୍କ ନିର୍ଦ୍ଦେଶରେ ଏହି କାରବାରରେ ସହଯୋଗୀ ମଙ୍ଗରାଜ ଦାସଙ୍କୁ ପୂର୍ବରୁ ହତ୍ୟା ଅଭିଯୋଗ ଏବେ ଠକେଇ ଅଭିଯୋଗରେ ଗିରଫ କରାଯିବା ସହ ମାଷ୍ଟରମାଇଣ୍ଡ୍ ସ୍ମୃତିରଂଜନ ବିଶ୍ୱାଳଙ୍କୁ ପୋଲିସ ଗରିଫ କରି କୋର୍ଟ ଚାଲଣ କରିଛି ।