Odia News Portal

ଖୋର୍ଦ୍ଧାରୁ ଧରାପଡିଲା କୋଟିଏ ଟଙ୍କାର ଧଳାଜହର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଧରାପଡିଲା କୋଟିଏ ଟଙ୍କାର ଧଳା ଜହର । ପ୍ରାୟ ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଏସ୍‌ଟିଏଫ୍‌ ୪ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ପାଖରେ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ଏସ୍‌ଟିଏଫ୍‌ ବ୍ରାଉନ୍‌ସୁଗାର ରାକେଟକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଖୋର୍ଦ୍ଧା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି । ତେବେ ବ୍ରାଉନ୍‌ସୁଗାର ଜବତ ସହ ୪ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଏହି ବ୍ରାଉନ୍‌ସୁଗାର ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଏସ୍‌ଟିଏଫ୍‌ ।