Odia News Portal

କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ ବାକି ଡାକ୍ତର ହସ୍ପିଟାଲରେ ରହିଛନ୍ତି । ସେହିପରି ଅନ୍ୟ କିଛି ଡାକ୍ତର ସୁସ୍ଥ ହୋଇ କାର୍ୟ୍ୟରେ ଯୋଗଦେଇଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ପ୍ରତ୍ୟେକ ଦିନ ୭ ରୁ ୮ ଜଣ କରୋନାରେ ସଂକ୍ରମିତ ହେଉଛନ୍ତି । ତେବେ ହସ୍ପିଟାଲରେ ମୋଟ ୧୬୦୦ ରୁ ୨୦୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୪୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ହସ୍ପିଟାଲ କାର୍ୟ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ କମ୍ ସଂଖ୍ୟକ କର୍ମଚାରୀରେ କ୍ୟାପିଟାଲ ହସ୍ପିଟାଲର କାର୍ୟ୍ୟ ଚାଲୁଛି । ଚିକିତ୍ସା ପାଇଁ ଓପିଡିକୁ ସକାଳ ସମୟରେ ଏକ ଘଣ୍ଟା ବଢ଼ାଇ ଦିଆଯାଇଛି । ସେହିପରି ୨୪ ଘଣ୍ଟା ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।