Odia News Portal

ନଜର ପକାନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତ ଚିହ୍ନଟ ହେଲେ…

ଭୁବନେଶ୍ୱର: ଭାଙ୍ଗୁଛି କରୋନା ଚେନ୍ । ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୫୭ କରୋନା ସଂକ୍ରମିତ । ଶୂନ୍ୟରୁ ୧୮ ମଧ୍ୟରେ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୨୬୫,ସ୍ଥାନୀୟ ୧୯୨ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୧୭,୭୧୮କୁ ବୃଦ୍ଧି ପାଇଛି। ୧୦,୦୩,୬୦୩ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫,୯୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୨୬ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫, ବାଲେଶ୍ୱର ୨୮, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗୀର ୧, କଟକ ୪୪, ଦେଓଗଡ ୩, ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୮, ଜଗତସିଂହପୁର ୧୦, ଯାଜପୁର ୧୮, ଝାରସୁଗୁଡା ୨, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେନ୍ଦୁଝର ୩, ଖୋର୍ଦ୍ଧା ୨୦୭, କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୯, ନବରଙ୍ଗପୁର ୪, ନୟାଗଡ ୪, ପୁରୀ ୭, ରାୟଗଡା ୭, ସମ୍ବଲପୁର ୩, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।