Odia News Portal

ଭାରତରେ ୫ଜିର ସଫଳ ପରୀକ୍ଷଣ

ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଭାରତର ୫ଜି କଲର ସଫଳ ପରୀକ୍ଷଣ । ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମ ୫ଜି କଲ କରିଛନ୍ତି । ଚେନ୍ନାଇ ସ୍ଥିିତ ଆଇଆଇଟି ମାଡ୍ରାସ ପ୍ରତିଷ୍ଠା ହୋଇଥିବା ୫ଜି ଟ୍ରାଏଲ ନେଟୱାର୍କରେ ଏହି ଫୋନ କରାଯାଇଛି । ଏଥିସହିତ ଦେଶର ପ୍ରଥମ ୫ଜି କଲ ସଫଳତା ସହିତ ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ପୁରା ୫ଜି ନେଓଟ୍ୱାର୍କ କୁ ଭାରତରେ ଡିଜାଇନ୍ କରାଯିବା ସହିତ ବିକଶିତ କରାଯାଇଥିବା ନେଇ ମନ୍ତ୍ରୀ ଟୁଇଟ୍ କରିଛନ୍ତି । ଟେଲିକମ ବିଭାଗ ପକ୍ଷରୁ ୫ଜି ସ୍ପେକ୍ଟ୍ରମ ନିଲାମି ପକ୍ରିୟାକୁ ମଞ୍ଜୁରୀ ଦେବା ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସାମ୍ନାରେ ରଖାଯିବାର ସମ୍ଭାବନା ରହିଛି । ଏହାପୂର୍ବରୁ ମେ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ପ୍ରଥମ ୫ଜି ପରୀକ୍ଷଣର ଉଦଘାଟନ କରିଥିଲେ ।ତ୍ତବର୍ତ୍ତମାନ ଦେଶରେ ୪ଜି ନେଟୱାର୍କ ଚାଲିଛି । ତେବେ ୫ଜି ନେଟୱାର୍କରେ ଉନ୍ନତ ଧରଣର ଭିଡିଓ କଲ ହୋଇପାରିବ । ଏଥିସହିତ ଇଣ୍ଡରନେଟର ସ୍ପିଡ୍ ରହିବ ।