Odia News Portal

୬ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: କମୁଛି କରୋନା ସଂକମଣ ହାର । ତେବେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ମୃତୁ୍ୟରେ ଲାଗୁନି ବ୍ରେକ୍ । ତଥାପି ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ସୀମିତ ରହୁଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩,କଟକରୁ ୨, ଯାଜପୁରର ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୧୪ରେ ପହଞ୍ଚିଛି।