Odia News Portal

ସେନା ଗୁଳିରେ ଗଲା ୮୨ ପ୍ରଦର୍ଶନକାରୀଙ୍କ ଜୀବନ

ମିଆଁମାର: ମିଆଁମାରର ସେନା ବିରୋଧରେ ଜାରି ରହିଛି ଜୋରଦାର ପ୍ରଦର୍ଶନ ।ତେବେ ଶନିବାର ଦିନ ସେନା ଗୁଳିରେ ୮୨ ଜଣ ପ୍ରଦର୍ଶନକାରୀ ପ୍ରାଣ ହାରିଛନ୍ତି । ସ୍ଥାନୀୟ ମିଡିଆ ‘ଆସୋସିଏନ ଫର ପଲଟିକାଲ ପ୍ରିଜନର୍ସ’ରେ ଏହି ତଥ୍ୟ ପ୍ରକାଶ ପାଇଛି । ଫେବୃଆରୀ ମାସରୁ ଆଂଗ ସାଂଗ ସୁ ଙ୍କ ସରକାରକୁ ହଟାଇ ସେଠାରେ ସେନା ଶାସନ ଲାଗୁ କରିବାକୁ ସେନା ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ଏହାକୁ ବିରୋଧ କରି ହଜାର ହଜାର ଲୋକ ରାଜ ରାସ୍ତାରେ ସେନା ବିରୋଧରେ ପ୍ରତିବାଦ କରିବାରେ ଲାଗିଛନ୍ତି । ଏହି ପ୍ରତିବାଦକୁ ଦମନ କରିବାକୁ ସେଠିକାର ସେନା ଏପର୍ଯ୍ୟନ୍ତ ୭୦୧ ଜଣ ପ୍ରତିବାଦକାରୀଙ୍କୁ ହତ୍ୟା କରିଥିବା ପ୍ରକାଶ ପାଇଛି ।