Odia News Portal

ଡଙ୍ଗା ଓଲଟି ୧୧ ମୃତ

ମହାରାଷ୍ଟ୍ର: ଭୟଙ୍କର ଦୁର୍ଘଟଣା । ଓଲଟିଲା ଡଙ୍ଗା । ଚାଲିଗଲା ୧୧ ଜଣଙ୍କ ଜୀବନ । ମହାରାଷ୍ଟ୍ରର ଅମରାବତୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏହି ଦୁର୍ଘଟଣା ଅମରାବତୀରେ ଥିବା ବର୍ଦ୍ଧା ନଦୀରେ ହୋଇଛି । ଏବେ ବି ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ତେବେ ଗତ ସପ୍ତାହରେ ଆସାମର ମଧ୍ୟ ଡ଼ଙ୍ଗା ଦୁର୍ଘଟଣା ହୋଇଥିଲା । ଜୋରହାଟରେ ୨ଟି ଡ଼ଙ୍ଗା ପରସ୍ପରକୁ ଧକ୍କା ହୋଇଥିଲା । ଏଥିରେ ଗୋଟିଏ ଡ଼ଙ୍ଗା ଓଲଟି ପଡ଼ିବାରୁ ସେଥିରେ ଥିବା ୮୦ ଜଣ ଲୋକେ ବୁଡ଼ିଯାଇଥିଲେ । ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେତେକ ଲୋକେ ପହଁରି ପହଁରି କୂଳକୁ ଆସିଥିଲେ । ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୂର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଲୋକମାନେ ‘ବଞ୍ଚାଅ ବଞ୍ଚାଅ’ ବୋଲି ଚିକ୍ରାର କରୁଥିବା ନଜର ଆସିଥିଲା ।