Odia News Portal

ପଞ୍ଚମ ଆକ୍ରାନ୍ତଙ୍କ ପାଇଁ ପୂରା ସୂର୍ଯ୍ୟନଗର ଅଞ୍ଚଳ ସିଲ

ଭୁବନେଶ୍ୱର: ଚିନ୍ତା ବଢାଇଲେ ପଂଚମ ଆକ୍ରାନ୍ତ । ସଂପୃକ୍ତ ବ୍ୟକ୍ତିଂକ କୌଣସି ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ ନ ଥିଲା। ୫ମ ଆକ୍ରାନ୍ତଂକ ପରିଚୟ ପ୍ରକାଶ କଲେ ସରକାର , ନାମ ପ୍ରଦୀପ୍ତ ଦଳବେହେରା । ସୂର୍ଯ୍ୟନଗର , ପ୍ଲଟ୍ ନଂ ୩୭ , ୟୁନିଟ୍-୭, ଭୁବନେଶ୍ବର, ପ୍ରେସମିଟ୍ ରେ ଘୋଷଣା କଲେ ବିଏମସି କମିଶନର। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ କହିଲେ କମିଶନର , ତାଂକ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ହୋମ୍ କ୍ବାରେନଟାଇନ୍ ରେ ରହିବାକୁ ଅପିଲ କଲେ କମିଶନର।
ଗୋପବନ୍ଧୁ ଛକରୁ ଏଲଆଇସି ଛକ ଓ ଏଲଆଇସି ଛକରୁ ଗଙ୍ଗନଗର ଛକ ପର୍ଯନ୍ତ ରୁଟକୁ ବନ୍ଦ କରିନାକୁ ବିଏମସି ପ୍ରୟାସ ଆରମ୍ଭ କରିଛି।

ଏନେଇ ପ୍ରେସ ମିଟ ଜରିଆରେ ସୁଚନା ଦେଇଛନ୍ତି ବିଏମସି କମିସନର।ତେବେ ସେହି ବ୍ଯକ୍ତିଙ୍କ ସଂଶ୍ପର୍ଶରେ ଆସିଥିବା ବ୍ଯକ୍ତିମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ହୋମ କ୍ବାରେଣ୍ଟାଇନରେ ରୁହନ୍ତୁ ଏବଂ ୧୦୪ ଯୋଗାଯୋଗରେ ଆସନ୍ତୁ। ତେବେ ସ୍ବାସ୍ଥ ସେବା କର୍ମଚାରି ଓ ବିଏମସିର ମିଳିତ ଉଦ୍ଯମରେ ସେ ଅଂଚଳକୁ ସାନିଟାଇଜ କରିନାକୁ ପ୍ରୟାସ ଜାରି ହେବ ବୋଲି କହିଛନ୍ତି ବିଏମସି କମିସନର। ସେହି ଅଂଚଳକୁ ବାରିକେଡ କରିବା ସହିତ ଅଂଚଳର ଲୋକଙ୍କୁ ବାହାରକୁ ଆସିବା ବା ଯିବା ମନା କରାଯାଇଛି।