Odia News Portal

୧୪ ବସ୍ତା ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ସ୍ଥାନୀୟ ଲୁଡ଼ୁରୁ ଛକ ନିକଟରେ ପ୍ୟାଟ୍ରୋଲିଂ କରିବା ବେଳେ ଏକ ବୋଲୋରା(WB-37-D-4700)ରୁ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୪ କ୍ୱିଣ୍ଟାଲ ୪ ଶହ ୬୮ କେଜି ୫୦୦ ଗ୍ରାମ ବୋଲି ଜଣାଯାଇଛି। ୧୪ଟି ବସ୍ତାରେ ଏହି ଗଞ୍ଜେଇ ରାୟଗଡ଼ାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା।

ଗଞ୍ଜେଇଚାଲାଣ ଅଭିଯୋଗରେ ପୋଲିସ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଆସାନସୋଲ ଅଞ୍ଚଳର ଗୌତମ ଲୋ ଓ ତପନ ରାୟଙ୍କୁ ଗିରଫ କରିଛି। ତେବେ ସଟଡାଉନ ବେଳେ କିଭଳି ଏହି ଗଞ୍ଜେଇ ଚାଲାଣ ହେଉଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚଢ଼ାଉରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବାବେଳେ ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଏକ ଅଡିଓ ରେକର୍ଡିଙ୍ଗ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଭାଇରାଲ ଅଡିଓରେ ପୋଲିସ ନାମ ରେ ଧମକାଉଥିବା ଅଂଶୁ ନାମକ ଯୁବକ ଧରା ପଡ଼ିନାହିଁ।