Odia News Portal

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକରି ଗିରଫ ହେଲେ ଅହମ୍ମଦ

ସାଲେପୁର: ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ପାଇଁ ଗିରଫ ହେଲେ ସାଲେପୁରର କୁସମ୍ଭି ଗାଁର ସୟଦ ହସନ ଅହମ୍ମଦ । ଉତ୍ତରପ୍ରଦେଶ ପୋଲିସ ସାଲେପୁର ପୋଲିସ ସହାୟତାରେ ସୟଦଙ୍କୁ ଗିରଫ କରିଛି ।

ଆପତ୍ତି ଜନକ ପୋଷ୍ଟ ସହ ସେ ଉତ୍ତରପ୍ରଦେଶ ହିନ୍ଦୁ ବାହିନୀ ଅଧ୍ୟକ୍ଷ କୂଲଦୀପ ପାଞ୍ଚାଲଙ୍କୁ ଫୋନରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା । ଉତ୍ତରପ୍ରଦେଶରେ ସୟଦଙ୍କ ନାଁରେ, ଆଇପିସିର ୧୨୪ ଏ, ୫୦୭, ୧୫୩ ଏ ଓ ୫୦୪ ଦଫାରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ପୋଲିସ ଫୋନ କଲ ଟ୍ରେସିଂ କରି, ସୟଦଙ୍କ ପାଖରେ ପହଞ୍ଚିଥିଲା। ଆଜି ସୟଦଙ୍କୁ କଟକରେ କୋର୍ଟରେ ହାଜର କରାଯିବ।