Odia News Portal

ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ

ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା । ବିଭୂଙ୍କର ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ସେ ତାଙ୍କ ବନ୍ଧୁଙ୍କ ସହ ଛିଡା ହୋଇ କଥାବାର୍ତ୍ତା ହେଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ପହଁଞ୍ଚିଥିଲେ । ରାଜନୀତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଥିଲେ । ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ବିଭୂ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇଜଣ ବନ୍ଧୁକଧାରୀ ଦୁର୍ବୃତ୍ତ । ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଭୂ । ଏହି ଘଟଣାରେ ପୋଲିସ ଏବେ ୩ ଜଣଙ୍କୁ ଅଟକ ରଖିଛି ।