Odia News Portal

ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଆରୁଖ

ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ବିକ୍ରମ କହିଛନ୍ତି, ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ସେ ଉଦ୍ୟମ କରିବେ । ଗୃହ ପରିଚାଳନା ପାଇଁ ସବୁ ଦଳର ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳ ପୁର୍ନଗଠନ କରିବା ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କ ସମେତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବି ଇସ୍ତଫା ଦେଇଥିଲେ । ତେବେ ସ୍ବାସ୍ଥ୍ୟଗତ କାରଣରୁ ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିଲେ ।