Odia News Portal

ବେଡ ସମସ୍ୟା ଦୂର କରିବ କ୍ଲଷ୍ଟର

ହସ୍ପିଟାଲ ବେଡ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ

ଭୁବନେଶ୍ବର: କରୋନା ମୁକାବିଲା ନେଇ ଆଜି ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ରାଜ୍ୟରେ ବେଡର ଅଭାବ ନାହିଁ ଏବଂ ଆଗକୁ ୪ଟି ଲେଖାଏଁ ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କରାଯିବ ଓ ସେହି ଜିଲ୍ଲା ଭିତରେ ହିଁ ରୋଗୀଙ୍କୁ ବେଡ ଯୋଗାଇଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେହିପରି ଆବଶ୍ୟକ ନଥିଲେ ହସ୍ପିଟାଲ ବେଡ ଅକ୍ତିଆର ନକରିବାକୁ ସରକାରଙ୍କ ପରାମର୍ଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଅଯଥାରେ ହସ୍ପିଟାଲ ବେଡ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହୁଅନ୍ତୁ । ସେହିପରି ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନଥିବା ସେ କହିଛନ୍ତି । ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟେଷ୍ଟିଂର ଡିମାଣ୍ଡ ଏବେ ଅଧିକା ରହୁଛି ତେଣୁ ଲୋକେ ସ୍ୱତଃ ପ୍ରବୃତ୍ତ ଭାବେ ଟେଷ୍ଟ କରାଉଛନ୍ତି ।

ସେହିପରି ରେମଡିସିଭର ମେଡିସିନ୍ ରାମବାଣ ନୁହେଁ । ଏହି ମେଡିସିନ୍ କେବଳ ସିରିୟସ ରୋଗୀଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମଡିସିଭର କିଣି ଘରେ ରଖି କୃତ୍ତିମ ଅଭାବ ସୃଷ୍ଟି କରୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପରିମାଣର ମେଡିସିନ୍ ମହଜୁଦ ଅଛି ।