Odia News Portal

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ଓଡିଶାରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ହଜାର ୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୮.୨୦ ପ୍ରତିଶତ । ୨୪ ଘଣ୍ଟାରେ ୬୧ ହଜାର ୬୩୫ ନମୁନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯ ଓ ବାଲେଶ୍ୱରରୁ ୨୦୨ ନୂଆ କେସ୍ ଆସିଛି । ରାଜ୍ୟରେ ମୋଟ ପଜିଟିଭ୍ଙ୍କ ସଂଖ୍ୟା ୧୨ଲକ୍ଷ ୩୬ହଜାର ୨୨୬କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ୍ ରହିଛି ୬୪ହଜାର ୨୧୭।