Odia News Portal

ରାଜ୍ୟରେ ୨୪ ଘଣ୍ଟାରେ ୫ ହଜାର ୮୯୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫ ହଜାର ୮୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୯.୮୫ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୯ ହଜାର ୮୦୭ ନମୁନା ପରୀକ୍ଷା ହୋଇଛି ।
ଖୋର୍ଦ୍ଧାରୁ ସର୍ବାଧିକ ୧୫ ଶହ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୫୦୧ ଓ କଟକରୁ ୪୮୨ ନୂଆ କେସ୍ ଆସିଛି । ଆକ୍ଟିଭ୍ କେସ୍ ରହିଛି ୭୭ ହଜାର ୩୪୦ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ କୁ ବୃଦ୍ଧି ପାଇଛି ।