Odia News Portal

ବିଦ୍ୟୁତ ଆଘାତରେ ଆସି ଯୁବକ ମୃତ

ବାଲେଶ୍ୱର: ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ବେପରୁଆ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଜଣେ ଯୁବକର ଜୀବନ ଗଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଧାନ ବିହନ ନେଇ ରୋଇବାକୁ ଯାଇଥିଲା । ବିଲରେ ଧାନ ଚାଷ ପାଇଁ ପାଣି ପଂଚାୟତ ମାଧ୍ୟମରେ ବିଲରେ ଗଭୀର ନଳକୂପ ବସଜାଇ ଚାଷୀଙ୍କର ଚାଷ ଜମିକୁ ଜଳସେଚିତ କରା ଯାଉଥିଲା । ସେଥିରେ ସଂଯୁକ୍ତ ହୋଇଥିବା ବିଦ୍ୟୁତ ତାର ତଳକୁ ଓହଳି ପଡିଥିଲା ।

ଗଣେଷ ସେହି ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ଲାଗି ପ୍ରାଣ ହାରିଛି । ଘଟଣା ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଖନ୍ତାପଡ଼ା ଆଇଆଇସି ବିମଳ କୁମାର ନାୟକ ପହଂଚି ଉତ୍ତେଜନାକାରୀଙ୍କୁ ବୁଝାସୁଜା କଲେ ମଧ୍ୟ ଉତ୍ତେଜନାକାରୀ ମୃତ ଜେନା ପରିବାରକୁ ୫୦ ଲକ୍ଷ ଟଙ୍କା ସ୍ତ୍ରୀ ସଂଘମିତ୍ରା ଜେନାଙ୍କୁ ନିଯୁକ୍ତି ଦାବି କରିଛନ୍ତି । ଦୁଇ ବିଦ୍ୟୁତ କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖିଛନ୍ତି । ପୋଲିସ ଗାଡି ସମ୍ମୁଖରେ ପରିବାର ଲୋକ ବସି ନିଜର ଦାବି ରଖିଛନ୍ତି ।