Odia News Portal

ଇଡି ସ୍କାନରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଭୁବନେଶ୍ୱର: ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଆଇଏଫଏସ ଅଭୟକାନ୍ତ ପାଠକ । ଆଉ ଆଜି ତାଙ୍କ ଭାବି ବୋହୂ ଅଥବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅକୁ ନୋଟିସ କରିଛି ଇଡି । ଗତକାଲି ଆଇଏଏଫଏସ ଅଭୟକାନ୍ତ ପାଠକଙ୍କୁ ୮ କୋଟି ଟଙ୍କାର କାରବାର ନେଇ ଇଡି ଜେରା କରିଥିଲା । ଏବେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ହାଜର ହେବା ପାଇଁ ନୋଟିସ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭୟକାନ୍ତ ପାଠକ ଲିଙ୍କ୍ରେ ତାଙ୍କୁ ଜେରା କରିପାରେ ନିର୍ଦ୍ଦେଶାଳୟ । ଅଭୟକାନ୍ତଙ୍କ ଆକାଉଣ୍ଟରୁ ଟଙ୍କା କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରମାଣ ମିଳିଛି । ଗତକାଲି ଅଭୟ ପାଠକଙ୍କୁ ସାଢେ ୧୧ ଘଣ୍ଟା ଜେରା କରିଥିଲା ନିର୍ଦ୍ଦେଶାଳୟ ।